ପାଟଣା ବ୍ଲକରେ ପାଦ ଦେଲା କରାେନା : ଆକ୍ରାନ୍ତ ଯୁବକ ଚେମଣା ପଞ୍ଚାୟତର ବାସିନ୍ଦା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରେ ଆଜି କରୋନା ପାଦ ପକାଇଛି। ଏହି ବ୍ଲକ୍ ଅନ୍ତର୍ଗତ ଚେମଣା ନୋଡାଲ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ତଥା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ୨୪ ବର୍ଷୀୟ ଯୁବକଙ୍କ ସ୍ୱାବ୍ ରିପୋର୍ଟ ଆସିବା ପରେ ସେ କରାେନା ପଜିଟିଭ୍ ଥିବା ବେସରକାରୀ ଭାବେ ଜଣାପଡିଛି। ତାଙ୍କୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲକୁ ନେବାପାଇଁ ପାଟଣା ବ୍ଲକ୍ ପ୍ରଶାସନ, ପାଟଣା ସ୍ବାସ୍ଥ୍ୟ ବିଭାଗ ଟିମ୍ ଓ ତୁରୁମୁଙ୍ଗା ପୁଲିସ ଚେମଣା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଛି। ଆକ୍ରାନ୍ତ ଯୁବକ ଜଣକ ଗୁଜରାଟର ଅହମଦାବାଦରୁ ଫେରିବାପରେ ଚେମଣା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ ମଧ୍ୟ ଚେମଣାରେ ଉପସ୍ଥିତ ଥିବା ଜଣାପଡିଛି। ଚେମଣା ପଞ୍ଚାୟତର ଏହି ସଙ୍ଗରୋଧ କେନ୍ଦ୍ରରେ ଏବେ ୧୭ ଜଣ ପ୍ରବାସୀ ରହୁଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ହାଇଦ୍ରାବାଦ୍, ତାମିଲନାଡୁ ଓ ଅହମଦାବାଦ ଫେରନ୍ତା ଥିବା ଜଣାପଡିଛି।

Comments are closed.