ବାଦୁଡିଙ୍କୁ ଚଳିତ ବର୍ଷ ପାଣିପାଗ ସୁହାଇଲା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ମେଡିକାଲ ନିକଟରେ ଏକ ବଡ ତେନ୍ତୁଳି ଗଛ ରାତ୍ରିଚର ବାଦୁଡିଙ୍କ ପାଇଁ ବର୍ଷ ତମାମ ଦିନ ସମୟରେ ଆଶ୍ରୟ ସ୍ଥଳ ପାଲଟି ଥିବା ବେଳେ ଘଟଗାଁ ବ୍ଳକ ହଳଧରପୁର ଗ୍ରାମର ଏକ ଶିମିଳି ଓ ଦୁଇଟି ତେନ୍ତୁଳି ଗଛ ମଧ୍ୟ ବାଦୁଡିଙ୍କ ପାଇଁ ଆଶ୍ରୟ ସ୍ଥଳ ପାଲଟିଛି। ତେବେ ସୁଖର ବିଷୟ ଏହି ଯେ, ଚଳିତ ଗ୍ରୀଷ୍ମ ଋତୁରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ବାଦୁଡି ପାଣି ପାଇଁ ମୃତ୍ୟୁ ମୁଖରେ ପଡିନାହାନ୍ତି। ଚଳିତ ବର୍ଷ ବସନ୍ତ ଓ ଗ୍ରୀଷ୍ମ ଋତୁରେ ନିୟମିତ ବ୍ୟବଧାନରେ ବର୍ଷା ଲାଗିରହିଥିବାରୁ ଦୀର୍ଘ ଦିନର ଏହି ଦୁଇଟି ଯାଗାରେ ଶତାଧିକ ବାଦୁଡିଙ୍କର ଗ୍ରୀଷ୍ମ ପ୍ରକୋପରେ ମୃତ୍ୟୁ ଘଟୁଥିବା ବେଳେ ଏହି ବର୍ଷ ସବୁଜ ସୁନ୍ଦର ପରିବେଶରେ ବାଦୁଡିଙ୍କ ଆଶ୍ରୟ ସ୍ଥଳରେ ସେମାନେ ଦିନ ବେଳା ଆରାମରେ ରହୁଥିବା ବେଳେ ରାତିରେ ଖାଦ୍ୟ ଅନ୍ବେଷଣରେ ଯାଇ ସକାଳୁ ପାଟଣା ଓ ଘଟଗାଁ ବ୍ଳକର ଏହି ଦୁଇଟି ପ୍ରମୁଖ ଆଶ୍ରୟ ବୃକ୍ଷକୁ ଫେରି ଆସିଥାନ୍ତି । ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବାଦୁଡି ରହିଛନ୍ତି । ଲୋକମାନେ ଏତେ ସଂଖ୍ୟାରେ ବାଦୁଡି ଦେଖି ଖୁସି ହେଉଛନ୍ତି।

Comments are closed.