ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ

ପାଟଣା : ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୩ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ସଂଗୃହୀତ ଏହି ଅର୍ଥରାଶି ପାଟଣା ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଜରିଆରେ ରିଲିଫ ପାଣ୍ଠିକୁ ପଠାଯାଇଛି । ପାଟଣା ବ୍ଲକ ଶିକ୍ଷକ ସଂଘ ସଭାପତି ବିଜନ କୁମାର ପରିଡା, ସମ୍ପାଦକ କମଳାକାନ୍ତ ପତି ଶ୍ରୀକାନ୍ତ ବିଶ୍ବାଳ, ସନ୍ତୋଷ କୁମାର ନାଏକ, ଜ୍ୟୋତିର୍ମୟୀ ତ୍ରିପାଠୀ, ରମେଶ ଚନ୍ଦ୍ର ନାଏକ, ଭବାନୀ ଶଙ୍କର ମହାନ୍ତ, ବିଭିଷଣ ଦଳଦସିଆ, ବୀରମୋହନ ଦ୍ବିବେଦୀ ଓ ପ୍ରମୋଦ କୁମାର ମହାନ୍ତଙ୍କ ଉପସ୍ଥିତରେ ଏହି ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ।

Comments are closed.