ଜାମିନି ବିହୀନ ଗିରଫ ପରୱାନାର ୩୭ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଡକାୟତି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାମିନି ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଜାମିନି ବିହୀନ ଗିରଫ ପରୱାନା ଜାରି ହେବାର ୩୭ ବର୍ଷ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି ପାରିଛି।
ମିଳିଥିବା ସୂଚନା ଅନୁଯାୟୀ ଜାମିନି ବିହୀନ ଗିରଫ ପରୱାନାର ୩୭ବର୍ଷ ପରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ତାଙ୍କୁ ଗିରଫ କରାଯାଇଛି। ଏନ୍‌ବିଡବ୍ଲ୍ୟୁ ନେଇ ସ୍ବତନ୍ତ୍ର ଡ୍ରାଇଭ୍‌ବେଳେ ଗିରଫ କଲା ପାଟକୁରା ପୁଲିସ। ଗିରଫ କରିଥିବା ପାଟକୁରା ପୁଲିସକୁ ଟ୍ବିଟ୍‌ ଯୋଗେ ଡିଜିପି ଅଭୟ ପ୍ରଶଂସା କରିଛନ୍ତି।


ଡକାୟତ ସମୟରେ ଅଭିଯୁକ୍ତକୁ ୧୯ ବର୍ଷ ହୋଇଥିଲା। ଏବେ ତାକୁ ୫୬ ବର୍ଷ ହୋଇଛି। ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଥିବାରୁ ପାଟକୁରା ପୁଲିସକୁ ଡିଜିପି ପ୍ରଶଂସା କରିଥିବା ବେଳେ ଟ୍ୱିଟ୍‌ରରେ କିଛି ଲୋକ ଏହାକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେମାନେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି।

Comments are closed.