କ୍ବାରେଣ୍ଟାଇନ କୋଠରୀରୁ ବାହାରିବା କ୍ଷଣି ଲାଗିଲା ଅଢ଼େଇ ଲକ୍ଷ ଟଙ୍କା ଜୋରିମାନା

ତାଇୱାନ ହେଉଛି ଏମିତି ଏକ ଦେଶ ଯେଉଁଠାରେ କରୋନା ପ୍ରାୟ ସଂପୂର୍ଣ୍ଣ ନିୟନ୍ତ୍ରିତ | ଚୀନ୍ ପଡୋଶୀ ଦେଶ ହୋଇଥିଲେ ମଧ୍ୟ ତାଇୱାନରେ ପ୍ରାୟ କୌଣସି  କରୋନା ମାମଲା ନାହିଁ, କିନ୍ତୁ ତାଇୱାନର କରୋନା ନିୟମକୁ କେତେ କଠୋର ଭାବରେ ପାଳନ କରାଯାଉଛି ତାହା ଏହି ଗୋଟିଏ ଘଟଣାରୁ ଜଣାପଡ଼ିବ । ଜଣେ ବ୍ୟକ୍ତି ଭୂଲରେ କ୍ବାରେଣ୍ଟାଇନ କୋଠରୀରୁ ପଦାକୁ ବାହାରି ଆସିଥିଲେ । ମାତ୍ର ୮ ସେକେଣ୍ଡର ଏହି ଭୂଲ ପାଇଁ ତାଙ୍କଠାରୁ ଆଦାୟ ହୋଇଛି ଅଢ଼େଇ ଲକ୍ଷ ଟଙ୍କା ଜୋରିମାନା ।

ସୂଚନା ଅନୁସାରେ ଫିଲପାଇନ୍ସର ଜଣେ ବ୍ୟକ୍ତି ତାଇୱାନ ଯାଇଥିଲେ । ସେଠାରେ ସେ ଏକ ହୋଟେଲରେ କ୍ବାରେଣ୍ଟାଇନରେ ରହିଥିଲେ । ମାତ୍ର ତାଇୱାନରେ କ୍ବାରେଣ୍ଟାଇନକୁ ଏତେ କଡ଼ାକଡ଼ି ପାଳନ କରାଯାଉଥିବା ସେ ଜାଣି  ନଥିଲେ । କିଛି ସେକେଣ୍ଡ ପାଇଁ ସେ ରହୁଥିବା କୋଠରୀରୁ ଭୁଲରେ ପଦାକୁ ବାହାରି ହଲକୁ ଚାଲି ଆସିଥିଲେ । ସିସିଟିଭି କ୍ୟାମେରାରେ ଏହା ରେକର୍ଡ଼ ହୋଇଥିଲା। ଏହା ପରେ ହୋଟେଲ କର୍ମଚାରୀ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କ ଉପରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।  ତାଇୱାନର କ୍ୱାରାଣ୍ଟିନ୍ ନିୟମ ଅନୁଯାୟୀ ଲୋକମାନେ ରୁମରେ କେତେ ଦିନ ରହିଲେ ମଧ୍ୟ ନିଜ କୋଠରୀରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇନଥାଏ | ତାଇୱାନ ଅନ୍ୟ ଦେଶ ପରି କରୋନାକାଳରେ ତାଲାବନ୍ଦ ଘୋଷଣା କରି ନ ଥିଲା, ମାତ୍ର ନିୟମ ଏତେ କଡ଼ାକଡ଼ି ହୋଇଥିଲା ଯେ ସେହି ଦେଶରେ କରୋନା ସଂକ୍ରମଣ ଆପେଆପେ ନିୟନ୍ତ୍ରିତ ହୋଇ ଯାଇଥିଲା।

Comments are closed.