ଭୋଜି ମିଠା ଖାଇ ଲୋକେ ଅସୁସ୍ଥ

0

ସୋନପୁର : ସୋନପୁର ଜିଲା ବାଙ୍କିପାଲି ଗାଁରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାହାଘରରେ ମିଠା ଖାଇ ୧୮ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ପଡ଼ି ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ମାନଙ୍କୁ ଡ଼ୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୋନପୁରର ବାଙ୍କିପାଲି ଗାଁରେ ଏକ ବାହାଘର ଥିଲା। ବାହାଘରରେ ପ୍ରସ୍ତୁତ ହୋଇଥିବା ମିଠାକୁ ଗାଁ ଲୋକେମାନେ ଖାଇବାର କିଛି ସମୟ ପରେ ଲୋକେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି।

Leave A Reply