ପଟିଆ କଲେଜରେ ଉଚ୍ଚଶିକ୍ଷାମନ୍ତ୍ରୀ

ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଏକ ଉଦଘାଟନୀ ଉତ୍ସବରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ରଜତ ଜୟନ୍ତୀ ମୁଖ୍ୟଦ୍ବାରକୁ ଉଦ୍‌ଘାଟନ କରିଥିଲେ। ଫଣି ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା କଲେଜର ବିଜ୍ଞାନ ଭବନ ସମ୍ମିଳନୀ କକ୍ଷ ଓ ନବନିର୍ମାଣ ହଲ୍‌କୁ ମନ୍ତ୍ରୀ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ସବୁଜିମା, ଖେଳପଡ଼ିଆ, ଶୈକ୍ଷିକ ବ୍ୟବସ୍ଥା ଆଦି ସମୀକ୍ଷା କରିଥିଲେ। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୋ କଲେଜ ଅଭିଯାନର ସଦସ୍ୟ ତନ୍ମୟ ସ୍ବାଇଁ, ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Comments
Loading...