ଭିକାରି ବାଣ୍ଟିଲା ରାସନ ଓ ମାସ୍କ

ପଠାନକୋଟ : କରୋନା କାଳରେ ବହୁ ଲୋକ ପ୍ରଭାବିତ ହୋଇଥିବା ବେଳେ ଗରିବଙ୍କ ପାଇଁ ଆଗେଇ ଆସିଛି ଜଣେ ଭିକାରୀ। ଗରିବଙ୍କୁ ରାସନ ବାଣ୍ଟିବା ସହ ମାସ୍କ ପ୍ରଦାନ କରିଛନ୍ତି।

କରୋନା ମୁକାବିଲା ପାଇଁ ଡାକ୍ତର, ନର୍ସଠୁ ଆରମ୍ଭ କରି ପୁଲିସ ଆଗଧାଡିର ଯୋଦ୍ଧା ହୋଇଥିବା ବେଳେ ଏହି ବିପଦ ବେଳେ ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଅନେକ ଯୋଦ୍ଧା। ମାତ୍ର ଜଣେ ଭିକାରୀ ଗରିବଙ୍କ ସହାୟତା ପାଇଁ ଆଗେଇ ଆସି ନିଜକୁ ଏଥିରେ ସାମିଲ କରିଛନ୍ତି। ପଂଜାବରେ ଏଭଳି ଘଟଣା ନଜରକୁ ଆସିଛି। ପଠାନକୋଟ ଅଂଚଳରେ ଭିକ୍ଷାବୃତି କରୁଥିବା ଦିବ୍ୟାଙ୍ଗ ରାଜୁ କରୋନା ବିପତି ବେଳେ ଗରିବଙ୍କ ପାଇଁ ସାହା ପାଲଟିଛନ୍ତି। ସେ ଇତି ମଧ୍ୟରେ ୧୦୦ ପରିବାରକୁ ଏକ ମାସର ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ତା’ଛଡା ଏକ ହଜାର ମାସ୍କ ମଧ୍ୟ ବଣ୍ଟନ କରିଛନ୍ତି ସେ। ପୂର୍ବରୁ ୨୨ଗରିବ ଝିଅଙ୍କ ବିବାହ କାର୍ଯ୍ୟରେ ମଧ୍ୟ ସେ ସହଯୋଗ କରିଛନ୍ତି। ରାଜୁ ଟ୍ରାଇସାଇକେଲରେ ବୁଲି ଭିକ୍ଷ ମାଗନ୍ତି। ସେଥିରୁ ଯାହା ମିଳେ ନିଜେ ଚଳିବା ସହ ବଳକା ଅର୍ଥ ଜମା ରଖନ୍ତି। ସେହି ଅର୍ଥରୁ ସେ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ଜଣାପଡିଛି।

Comments are closed.