ପଠାଣି ରାଉତ ନୂଆ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଭୁବନେଶ୍ୱର: ପଠାଣି ରାଉତ ନୂଆ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ କରିବେ। ଲୋକ ପ୍ରଶାସନରେ ସ୍ନାତକୋତ୍ତର, ଲୋକସମ୍ପର୍କ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିପ୍ଲୋମା ହାସଲ କରିଥିବା ଶ୍ରୀ ରାଉତ ଏହି ବିଭାଗରେ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ବ ଧରି ରାଜ୍ୟର ବିଭିନ୍ନ ଉପଖଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କଟକରେ ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ଭୁବନେଶ୍ବର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଲୋକ ସଂପର୍କ ଅଧିକାରୀ ( ସଦର ମହକୁମା) ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ବାଲିଅନ୍ତା ବ୍ଲକ ନିକଟସ୍ଥ ଇନ୍ଦ୍ରପାଳ ଗ୍ରାମର ପଠାଣି ରାଉତ ସରକାରୀ ସମ୍ବାଦ ପ୍ରକାଶନ ଓ ସୃଜନାତ୍ମକ ଲେଖାରେ ରୁଚି ରଖିଛନ୍ତି। ତାଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ପାଥେୟ କରି ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି।

Comments are closed.