ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲା : ପାଠକ ବାପ-ପୁଅଙ୍କୁ ଗୋଳନ୍ଥରା ଥାନାରେ ମାରାଥନ ଜେରା

ଗୋପାଳପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇ ଭୂବନେଶ୍ବର ଝାରପଡ଼ା ଜେଲରେ ଥିବା ପାଠକ ବାପା ପୁଅଙ୍କୁ କୋର୍ଟର ଅନୁମତି ପରେ ଶୁକ୍ରବାର ଦିନ ଗୋଳନ୍ଥରା ପୁଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ଗୋଳନ୍ଥରା ଥାନାରେ ଦିନ ତମାମ ମାରଥାନ ଜୋରା କରିଛି। ସୂଚନାଯୋଗ୍ୟ ଯେ ଗୋଳନ୍ଥରା ଥାନାରେ ଟାଟା ମୋଟର୍ସ ରେ ନିଯୁକ୍ତି ଦେବା ନେଇ ଠକେଇ ଅଭିଯୋଗରେ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ଗୋଳନ୍ଥରା ଥାନା ରେ‌ ପର୍ଯ୍ୟାୟ କ୍ରମେ ତିନୋଟି ମାମଲା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନାମରେ ଋଜୁ କରାଯାଇଥିଲା। ଏହି ତିନୋଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ଅଭୟକାନ୍ତ ପାଠକଙ୍କ ନାମ ରହିଥିବା ବେଳେ ଅନ୍ୟ ଦୁଇଟି ମାମଲା ରେ ଆକାଶ ପାଠକଙ୍କ ନାମରେ ରହିଥିଲା।
ଏହି ଅଭିଯୋଗ ରେ ଗୋଳନ୍ଥରା ଥାନା ପକ୍ଷରୁ ବ୍ରହ୍ମପୁର ଏସଡିଜିଏମ କୋର୍ଟରେ ରିମାଣ୍ଡ ଲଗାଇବାକୁ ଆବେଦନ କରାଯାଇଥିଲା। ଏହି କ୍ରମରେ ପାଠ ବାପା ପୁଅଙ୍କୁ କୋର୍ଟର ଆଦେଶ ପ୍ରକାରେ ଝାରପଡ଼ା ଜେଲରୁ ଗୁରୁବାର ବ୍ରହ୍ମପୁର କୋର୍ଟରେ ହାଜର କରାଯିବା ପରେ ଆଜି ଉଭୟଙ୍କୁ ଗୋଳନ୍ଥରା ପୁଲିସକୁ ଗୋଟିଏ ଦିନ ନିମନ୍ତେ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଥିଲ। ଏହି କ୍ରମରେ ଆଜି ଗୋଳନ୍ଥରା ଥାନାର ଏକ ଟିମ୍ ଉଭୟ ପାଠକ ବାପ ପୁଅକୁ ଥାନାକୁ ନେଇ ଦିନ ତମାମ ମାରଥାନ ଜୋରା କରାଯାଇଥିବା ବେଳେ ସେମାନଙ୍କର ମାମଲାରେ ସମ୍ପୃକ୍ତି ନେଇ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡିଛି।

Comments are closed.