ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ; ସାଙ୍ଗକୁ ମାରିଲା ସାଙ୍ଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାଙ୍ଗକୁ ହତ୍ୟା କରିଛି ଆଉ ଜଣେ ସାଙ୍ଗ। ଏଭଳି ଅଭାବନୀୟ ଘଟଣା ଖଣ୍ଡଗିରି ବାହାଦଲପୁରରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ଓ ହତ୍ୟାକାରୀ ଉଭୟ ସାଙ୍ଗ ସଫେଇ ଗାଡିର ଚାଳକ ଭାବେ କାମ କରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

Comments are closed.