ଲିଟିଲ ଷ୍ଟାର ଗ୍ରୁପର ପାଠ ମଉଜ କାର୍ଯ୍ୟକ୍ରମ

ନିମାପଡ଼ା: ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ପକ୍ଷରୁ ୧୭ତମ ପାଠ ମଉଜ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  କରୋନା ପାଇଁ ଚଳିତ ବର୍ଷ ସଭା ମାଧ୍ୟମରେ ଅନୁଷ୍ଠିତ ନ ହୋଇ ୨୦୨୦ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ମାନଙ୍କ ଘରକୁ ଯାଇ ସେମାନଙ୍କ ପରିବାର ଲୋକଙ୍କ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

 

ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ସମ୍ପାଦକ ସୁମନ୍ତ ମହାରଣା, ଉପଦେଷ୍ଟା ନିର୍ମଳ ମିଶ୍ର , ଅଧ୍ୟାପକ ସୁବ୍ରତ ମହାନ୍ତି, ଡ଼ ରବୀନ୍ଦ୍ର ନାଥ ପାଢୀ, ନିମାପଡ଼ା ମେଡିକାଲର ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇ ପିଲାଙ୍କୁ ସମ୍ବର୍ଦ୍ଧିତ କରିବାସହ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମାପଡ଼ା, ଗୋପ, ପୁରୀ ଓ ବାଲିପାଟାଣର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

Comments are closed.