ପାଟଣାଗଡ଼ରେ ଫୁଟିଲା ଗୁଳି, ଜଣେ ଗୁରୁତର

ବଲାଙ୍ଗୀର : ବଲାଙ୍ଗରୀ ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଅଞ୍ଚଳରେ ନବୀନ ମେହର ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ଚାଳନା ହୋଇଛି। ତାଙ୍କୁ ପ୍ରଥମେ ପାଟଣାଗଡ଼ ମେଡ଼ିକାଲକୁ ନିଆଯାଇଥିଲା ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ନବୀନ ନିଜ ମାଆଙ୍କ ସହ ଗଙ୍ଗାସାଗର ଅଞ୍ଚଳରେ ରହୁଥିଲେ। ରବିବାର ବିଳମ୍ବିତ ରାତିରେ ନବୀନ ଘରେ ଶୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ପ୍ରାୟ ରାତି ୧ଟା ସମୟରେ ଘର ଭିତରେ ପଶି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବାକ୍ସ ଚାବି ମାଗିଥିଲା। ଏହାପରେ ନବୀନ ଖଟରୁ ଉଠି ବସିବାପରେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲା, ଏହାସହ ୧୨ ବର୍ଷ ତଳେ କିଛି ଲୋକେ ଆସି କାରରେ ନବୀନଙ୍କ ଘରୁ ତାଙ୍କ ଭାଇଙ୍କୁ ଉଠାଇ ନେଇଥିଲେ। ଆଜି ଯାଏଁ ମଧ୍ୟ ତାଙ୍କ ବିଷୟରେ କୌଣସି ତଥ୍ୟ ମିଳିପାରି ନାହିଁ ବୋଲି ନବୀନ ନିଜ ବୟାନରେ କହିଛନ୍ତି। ମାତ୍ର କେଉଁ କାରଣରୁ ନବୀନଙ୍କ ଉପରକୁ ଗୁଳି ଚାଳନା ହୋଇଛି ସେନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.