ଜୀବନ ପ୍ରତି ବିପଦ ରହିଛି ; ଜେଇଙ୍କ ପତ୍ନୀ

ବଲାଙ୍ଗୀର : କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ଉଠବସ୍ କରାଇବା ଘଟଣାରେ ପୁଣି ଏକ ନୂଆ ମୋଡ ନେଇଛି । ଜୀବନ ପ୍ରତି ବିପଦ ଅଛି ବୋଲି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜହଂସ ଅଭିଯୋଗ କରିଛନ୍ତି । ଗତ ୬ ତାରିଖରୁ ବିଧାୟକଙ୍କ ନାମରେ ଏତଲା ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ସ୍ବାମୀ ଓ ଆମ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରବୀଣା ରାଜହଂସ କହିଛନ୍ତି ।

Comments are closed.