ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ୧୨ ଘଣ୍ଟିଆ ଧାରଣା

ପାଟଣା: ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଦାବିରେ ପାଟଣା ଅଞ୍ଚଳବାସୀଙ୍କ ପକ୍ଷରୁ ସୋମବାରଠାରୁ ପାଟଣା ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ପାଟଣା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ୨୨୦ ନମ୍ବର ଜାତୀୟପଥର ମଙ୍ଗଳପୁର ଛକ ଓ ବୈତରଣୀ ବ୍ରିଜଠାରେ ରାସ୍ତା ଅବରୋଧ କରାଯିବା ସହ ପାଟଣା-କେନ୍ଦୁଝର ରାସ୍ତାର ପୁଟୁଳିଆ ପେଟ୍ରୋଲ ପମ୍ପ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି।

ପାଟଣାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଗଣଧାରଣା ଆରମ୍ଭ ହୋଇଛି। ଧାରଣା ସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ବିଦ୍ୟାଧର ଦାଶ ସାମାଜିକ କର୍ମୀ ଅଜୟ କୁମାର ଦାଶ, ସନାତନ ଦାଶ, ଅରୁଣ କୁମାର ମିଶ୍ର ,ସହଦେବ ବେହେରା, ପ୍ରଶାନ୍ତ କୁମାର ଭଞ୍ଜ, ଯୁଗଳ କିଶୋର ଦାଶ, ମିଲି ପଟ୍ଟନାୟକ, ଅବିନାଶ ଦାଶ, ସବୀର କୁମାର ଦାଶ, ଅଜୟ ବେହେରା, ହରିହର ଓଝା, ବୁଲୁ ଭଞ୍ଜ, ସୁଦର୍ଶନ ଲୋହାର, ରଘୁନାଥ ଦାଶ , ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଲକ୍ଷ୍ମଣ ପତି, ଦବ୍ଲୁ ଆନସାରୀ ଓ ଶିବ ପ୍ରସାଦ ଶତପଥୀ ପ୍ରମୁଖ ବହୁ ବ୍ୟକ୍ତି ଧାରଣା ରେ ସାମିଲ ଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ. ବିନୋଦ ବିହାରୀ ନାଏକ ମଧ୍ୟ ଆଜି ଧାରଣା ସ୍ଥଳରେ ଉପସ୍ଥିତ ରହି ପାଟଣା ଅଞ୍ଚଳବାସୀଙ୍କ ଦାବିକୁ ସମର୍ଥନ କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ଧାରଣା ଦିଆଯିବ ବୋଲି ଅଞ୍ଚଳ ପକ୍ଷରୁ ସୂଚନା ମିଳିଛି।

Comments are closed.