ବିଧାୟିକଙ୍କ ପୁଅର ମୃତଦେହ ଉଦ୍ଧାର

0

ପାଟନା: ବିହାରର ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟିକ ବିମା ଭାରତୀଙ୍କ ପୁଅ ଦୀପକଙ୍କ ମୃତଦେହ ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ ସମ୍ମୁଖରେ ଥିବା ରେଳ ଧାରଣା କଡରୁ ଉଦ୍ଧାର ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୀପକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ପୁଅକୁ ହତ୍ୟା କରାଯାଇଛି ବୋଲି ବିଧାୟିକ ବିମା ଭାରତୀ ଅଭିଯୋଗ କରିଛନ୍ତି। ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ରେଳ ବିଭାଗ ଏଡିଜି ଆଲୋକ କୁମାର କହିଛନ୍ତି ।

ସୂଚନାଯୋଗ୍ୟ, ବିମା ଭାରତୀଙ୍କ ସ୍ବାମୀ ଅବଧେଶ ମଣ୍ଡଳଙ୍କ ନାମରେ ଅପରାଧିକ ମାମଲା ରହିଛି। ସେ କିଛି ଦିନ ପୂର୍ବରୁ ଜେଲରୁ ମୁକୁଳିଥିବା ଜଣାପଡିଛି। ତେଣୁ ଦୀପକଙ୍କ ମୃତ୍ୟୁ ପଛରେ ରାଜନୌତିକ ଶତ୍ରୁତା ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply