ଲିଙ୍କ ଫେଲ ଯୋଗୁ ସ୍ବାମ ପାଟଣା ଉପଡାକଘର ଅର୍ଦ୍ଧ ଅଚଳ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ସ୍ବାମ ପାଟଣା ଉପଡାକଘର ପରିଚାଳନାରେ ଗତ ଅଗଷ୍ଟରୁ ବ୍ୟାପକ ଅସୁବିଧା ଦେଖାଯାଇଛି । ଲିଙ୍କ ଫେଲ ରହିଥିବା କାରଣରୁ ମନି ଅର୍ଡର ଟଙ୍କା, ଡିପୋଜିଟ ଓ ଉଠାଣ ଆଦି ଡାକ ବିଭାଗ ସମ୍ବନ୍ଧୀୟ ଯାବତୀୟ କାର୍ୟ୍ୟ କରିବାରେ ବାଧା ସୃଷ୍ଟି ହୋଇଛି । ସମସ୍ତ ଉପଡାକଘର କମ୍ପ୍ୟୁଟରାଇଜ୍ ହେବା ପରେ ଡାକ ବିଭାଗର ଶତକଡା ୭୫ ଭାଗ କାମ କରିବା ପାଇଁ ଲିଙ୍କ ରହିବା ଜରୁରୀ ହୋଇପଡ଼ିଥିବା ବେଳେ ୧୫ ଦିନ ଧରି କ୍ରମାଗତ ସ୍ଵାମ ପାଟଣା ଉପଡାକଘରେ ଲିଙ୍କ ଫେଲ କାରଣରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ମୁଖ୍ୟାଳୟରେ ଥିବା ଏହି ଉପଡାକଘର ପ୍ରତି ଡ଼ାକ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।

Comments are closed.