ମହୁଲି ମଦ ଜବତ, ୫ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ବିଭିନ୍ନ ଗ୍ରାମରେ ଚଢ଼ାଉ ସମୟରେ ମୋଟ ୪୩ଲିଟର ମହୁଲି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଅଭିଯୁକ୍ତ ହେଲେ ମହିଁଷାମୁଣ୍ଡି ଗ୍ରାମର ବିପିନ୍ ବିହାରୀ ନାଏକଙ୍କ ଠାରୁ ୯ଲିଟର , ଡିଆନାଳି ଗ୍ରାମର ଉକ୍ତ ମୋଦୀ (୩୬)ଙ୍କ ଠାରୁ ୯ ଲିଟର ଏବଂ ଗୀତା ମହାନ୍ତ (୨୦ )ଙ୍କ ଠାରୁ ୮ ଲିଟର , କପୁଣ୍ଡି ଗ୍ରାମର ମିଟୁ ସେଠୀ (୩୦)ଙ୍କ ଠାରୁ ୯ଲିଟର ଓ ତେଣ୍ଡରା ଗ୍ରାମର ପ୍ରଦୀପ କୁମାର ବାରିକ(୨୦)ଙ୍କ ଠାରୁ ୮ଲିଟର ମହୁଲି ଜବତ କରାଯାଇଛି। ଜିଲ୍ଲା ଅବକାରୀ ଅଧ୍ୟକ୍ଷ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।

Comments are closed.