ପାଟଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ମାସ୍କ ପାଇଁ ଜୋରିମାନା

ପାଟଣା : ପାଟଣା ବ୍ଲକ ଛକ ନିକଟରେ ଆଜି ଅପରାହ୍ନରେ ପାଟଣା ଥାନା ଅଧିକାରି ସୋମନାଥ ଜେନାଙ୍କ ନେତୃତ୍ଵରେ ମାସ୍କ ବ୍ୟବହାର କରୁ ନଥିବା ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ ଅଭିଯାନ କରାଯାଇଥିଲ। ବାଇକ ଚାଳକ , ସାଇକେଲ ଆରୋହୀ ଓ ୪ ଚକିଆ ଯାନରେ ଯାଉଥିବା ଲୋକେ ଏହି ଚଢାଉରେ ବାଦ ପଡି ନଥିଲେ । ଚଢାଉ ସହ ବଜାର ଅଞ୍ଚଳକୁ ଆସିବା ସମୟରେ ରାସ୍ତାରେ ଯାତାୟାତ ସମୟରେ ସମସ୍ତେ ମାସ୍କ ବ୍ୟବହାର କରିବାକୁ ମଧ୍ୟ ପୁଲିସ ସର୍ବସାଧାରଣଙ୍କୁ ସଚେତନ କରାଇଥିଲେ । ଲୋକମାନେ ମାସ୍କ ବ୍ୟବହାର ନକରିବା ଦ୍ବାରା ନିଜ ପାଇଁ ଓ ପରିବାର ପାଇଁ ବିପଦ ଆଶଙ୍କା ରହୁ ଥିବାବେଳେ ଅନ୍ୟ ମାନଙ୍କ ପାଇଁ ମଧ୍ୟ ବିପଦର କାରଣ ହେବାର ସମ୍ଭାବନା ଥିବାରୁ ଆଜିର ପ୍ରତିକାତ୍ମକ ଚଢାଉରେ ମାତ୍ର ୨୩ ଜଣକ ଠାରୁ ମାସ୍କ ପିନ୍ଧି ନଥିବା କାରଣରୁ ୨ ଶହ ଟଙ୍କା ଲେଖାଁଏ ମୋଟ ୪୬ ଶହ ଟଙ୍କା ଆଦାୟ କରାଯାଇ ଥିବା ସୂଚନା ମିଳିଛି ।

Comments are closed.