ତୁରୁମୁଙ୍ଗାରେ କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ପାଟଣା : ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଠାରେ ପାଟଣା କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହା ସହ ଏଠାରେ ଥିବା ସମସ୍ତ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ବନ୍ଦ କରାଯାଇଛି । ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥି ଇଂ ବିନୋଦ ବିହାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ କଂଗ୍ରେସ ସଭାପତି ଶତୃଘ୍ନ ସିଂହ, କୌଳାସ ଚନ୍ଦ୍ର ବାରିକ, ସୁବଳ ସାହୁ , ମାନସ କୁମାର ନାଏକ ପ୍ରମୁଖ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଶାନ୍ତିପୂର୍ଣ ଭାବେ ରାଜପଥ ଅବରୋଧ କରି କେନ୍ଦ୍ର ବିରୋଧୀ ନାରାବାଜି କରିଛନ୍ତି । ଫଳରେ ରାଜପଥରେ ଶହଶହ ଯାନବାହାନ ଅଟକି ରହିଛି ।

Comments are closed.