କାଳ ବୈଶାଖୀ ପବନରେ ଧୋବାପିଟଣା ଗ୍ରାମରେ ବ୍ୟାପକ କ୍ଷୟ କ୍ଷତି

ପାଟଣା- ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ କାଳବୈଶାଖୀ । ଗତକାଲି ସନ୍ଧ୍ୟାରେ ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଓ ସରlସପଶି ପଞ୍ଚାୟତ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି l ଖୁଦପୂଟଳି, ତୋରାଣି ପୋଖରୀ, ଲକ୍ଷ୍ମୀପଶି, ମଥୁରା ପଶି ଆଦି ସ୍ଥାନରେ ଗଛ ଉପୁଡ଼ି ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅଞ୍ଚଳର କେତେକ ଟାଇଲି ଛପର, ଟିଣଛପର, ଆଜବେଷ୍ଟସ୍ ଛପର ଘର ଉଡାଇ ନେଇଛି l ଧୋବାପିଟଣା ଗ୍ରାମର ଜତିନ୍ଦ୍ର ମହାନ୍ତ କାର ଉପରେ କାନ୍ଥ ଭୁଷୁଡି ପଡିବାରୁ କାର ଟିର କ୍ଷତି ଘଟିଛି l

ସେହିପରି ଧୋବାପାଟଣା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଜି ଅଗ୍ନିଶମ ବାହିନୀ ଏହି ଗଛ କାଟି ହଟାଇଛି l ରାସ୍ତାରେ ପଡ଼ିଥିବା ଗଛକୁ ଆଜି ଅଗ୍ନିଶମ ବିଭାଗ କାଟି ହଟାଇବା ପରେ ଗମନା ଗମନ ସ୍ବାଭାବିକ ହୋଇଛି l କାଳ ବୈଶାଖୀ ପବନ ପ୍ରଭାବରୁ କେତେକ ସ୍ଥାନରେ ଵିଦୂତ ତାର ଛିଡ଼ିବା, ତାର ଉପରେ ଗଛ ପଡ଼ିବା କାରଣରୁ ସୋମବାର ଅପରାହ୍ନ ଯାଏ ଏହି ଅଞ୍ଚଳ ରେ ବିଦୁତ୍ ସେବା ସ୍ବାଭାବିକ ହୋଇ ପାରିନଥିବା ସୁଚନା ମିଳିଛି l

Comments are closed.