କରଜ ପାଇଁ ପରିବାର ୫ ଜଣ ହାରିଲେ ଜୀବନ

ପଟନା : ବିହାରର ନୱାଡା ସହରରେ କରଜ କାରଣରୁ ଅତିଷ୍ଠ ହୋଇ ଗୋଟିଏ ପରିବାର ଛାରଖାର ହୋଇ ଯାଇଛି । ପରିବାରର ୬ ଜଣ ସଦସ୍ୟ ସାମୂହିକ ଭାବେ ଆତ୍ମହତ୍ୟା କରିବା ଉଦେ୍ଶ୍ୟରେ ବିଷ ପିଇଥିବା ନେଇ ଖବର ମିଳିଛି । ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ଚାଲିଯାଇଛି । କରଜଦାତା ଉକ୍ତ ପରିବାର ଉପରେ ଚାପ ପକାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ନୱାଦା ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ନିଜ ପରିବାର ସହ ନୱାଦାରେ ରହି ବ୍ୟବସାୟ କରୁଥିଲେ । ବ୍ୟବସାୟ ପାଇଁ ସେ କିଛି ଲୋକଙ୍କ ଠାରୁ କରଜ ନେଇଥିଲେ । କରଜ ଓ ସୁଧ ବଢି ଚାଲିଥିବାରୁ ତାହାକୁ ଦେବାକୁ ସକ୍ଷମ ହୋଇପାରିନଥିଲେ । କରଜ ବଢି ଚାଲିଥିବାରୁ ଅଧିକ ଚାପରେ ରହି ପରିବାର ସାମୂହିକ ଆତ୍ମହତ୍ୟା କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

Comments are closed.