MEllora 950×100

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ୟ୍ୟରତ ଥିବା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନେ ବୁଧବାର ଦିନ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ୟାମ ସୁନ୍ଦର ଟୁଡୁଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଦୀର୍ଘ ଦିନ ଧରି କ୍ୟାଡ଼ର ପୁନଗଠନ କରି ସର୍ବନିମ୍ନ ୪ ଟି ପଦୋନ୍ନତି ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଏହା ସହ ପଦବୀର ନାମ ପରିବର୍ତ୍ତନ ଏବଂ ପୋଷାକ ଭତ୍ତା ଆକାରରେ ମାସିକ ୫ ହଜାର ଟଙ୍କା ଦେବାକୁ ସ୍ୱାସ୍ଥ୍ୟ କର୍ମୀ ମାନେ ଦାବି କରିଛନ୍ତି । ତେବେ ପ୍ରତ୍ୟେକ ବିଭାଗର କର୍ମଚାରୀ ୪ ରୁ ୮ ଟି ପଦୋନ୍ନତି ପାଇଥିବା ବେଳେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ପଦୋନ୍ନତିରେ ଚାକିରିରୁ ଅବସର ନେଉଛନ୍ତି । ତେଣୁ ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆଗକୁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବା ସହ କାର୍ୟ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ମାନେ, ସେପଟେ କାର୍ୟ୍ୟ ବନ୍ଦ କଲେ ସାହାରପଡା ଅଞ୍ଚଳର ହଜାର ହଜାର ଲୋକ ଚିକିତ୍ସା ରୁ ବଞ୍ଚିତ ହେବାର ଅନୁମାନ କରାଯାଉଛି ।

Comments are closed.