ବାଉଁଶୁଳି ଛକରେ ପୁଲିସର ଚଢ଼ାଉ ; ୨ ହଜାର ଜୋରିମାନା ଆଦାୟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ଛକରେ  ତୁରୁମୁଙ୍ଗା ପୁଲିସ ପକ୍ଷରୁ କରାଯାଇ ଅମାନିଆଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି ।ଗତକାଲି ସନ୍ଧ୍ୟାରେ ତୁଣ୍ଡି ପିନ୍ଧି ନଥିବା ୪ ଜଣ ଅମାନିଆଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ତୁଣ୍ଡି ନ ପିନ୍ଧି ଜାତୀୟ ରାଜପଥରେ ଯାତାୟାତ ସମୟରେ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁ, ଏଏସ୍ଆଇ ବିଜୟ କୁମାର ଖଟୁଆଙ୍କ ସହ ଅନ୍ୟ କର୍ମଚାରୀ ମାନେ ଏହି ଚଢ଼ାଉ କରି ଥିଲେ।

Comments are closed.