ବିଜେପି ଢେଙ୍କିକୋଟ ମଣ୍ଡଳର ପଞ୍ଚାୟତ ସ୍ତରୀୟ ବୈଠକ

ପାଟଣା :  ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତରେ ବିଜେପିର ପଞ୍ଚାୟତ ସ୍ତରୀୟ ବୈଠକ ଅନଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଜେପି ମଣ୍ଡଳ ସଭାପତି ଜିତେନ୍ଦ୍ର ପଲେଇ ସଭାପତିତ୍ବ କରିଥିବା ବେଳେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର ମୁଖ୍ୟ ଅତିଥି ହିସାବରେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣ ମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବା ପାଇଁ ଆହ୍ଵାନ ଦେଇ ଥିଲେ। ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ, ଭତା, ରାସନ କାର୍ଡ, ମନରେଗା ବିଭିନ୍ନ ଦୁର୍ନୀତିର ପଞ୍ଚାୟତ ଆସିଥିବା ୧୦୦ ରୁ ଅଧିକ ମହିଳା କାର୍ୟ୍ୟକର୍ତ୍ତା ଅଭିଯୋଗ କରିଥିଲେ। ଏହି ବୈଠକରେ ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ମହାରଣା, ମଣ୍ଡଳ ଉପସଭାପତି ହେମନ୍ତ ନାଏକ, ସମ୍ପାଦକ ନଟବରମହାନ୍ତ , ନନ୍ଦିନୀ ନାଏକ, ବାସନ୍ତୀମୁଣ୍ଡା,ସହିତ ପଞ୍ଚାୟତ ରୁ ୨୦୦ରୁ ଅଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments are closed.