ସିଲିପଦାରେ ୨୨ଘରିଆ ହାତୀପଲ ; ଘର ଭାଙ୍ଗି, ଚାଷ ନଷ୍ଟ କଲେ

ପାଟଣା : ପାଟଣା ଥାନା ଅଞ୍ଚଳ ସିଲିପଦା ହୁଡ଼ିରେ ୨୨ ଘରିଆ ହାତୀପଲ ଡେରା ପକାଇଛନ୍ତି। ହୁଡ଼ି ସଂଲଗ୍ନ ଗୋଡା ଜମିରେ ଧାନ ଫସଲ ସହ ବ୍ୟାପକ ବୋଇତାଳୁ ଫସଲ ନଷ୍ଟ କରିଛନ୍ତି। ଏହି ହାତୀପଲରୁ ଗୋଟିଏ ଗୋଠ ଛଡା ଦନ୍ତା ସିଲିପଦା ଗ୍ରାମର ଗୁଣନିଧି ମହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛି। ଗତକାଲି ସକାଳୁ ଏହି ହାତୀପଲ ତୁରୁମୁଙ୍ଗାରୁ ବୈତରଣୀ କୂଳେ କୂଳେ ମୁରୁସୁଆଁ, ଅଁଳାଡିହା ଦେଇ ଅଙ୍କୁରା ନିକଟରେ ନଦୀ ପାର ହୋଇ ସିଲିପଦା ହୁଡ଼ିରେ ଡେରା ପକାଇଥିବା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।

Comments are closed.