ସାପ କାମୁଡାରେ ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା : ଚିତି ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପାଟଣା ବ୍ଲକ ଚିନାମାଳିପଶି ନିକଟ ଗୋଧିରାମ ପଡା ଗ୍ରାମର ସିଙ୍ଗା ମୁଣ୍ଡା (୫୦) ବୋଲି ଜଣାପଡିଛି । ସେ ରାତିରେ ଘରେ ଶୋଇଥିବା ବେଳେ ଏକ ଚିତି ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ଜାଣିବା ପରେ ୧୦୮ ରୋଗୀ ଯାନ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଗାଁ ପୁଲିସ ପହଞ୍ଚି ମୃତ ଦେହକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।

Comments are closed.