ନିଖୋଜ ବ୍ୟକ୍ତିଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପାଟଣା: ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ମେଦିନୀପୁର ଗ୍ରାମର ବାଙ୍କନିଧି ନାୟକ (୫୮) ନାମକ ଜଣେ ବ୍ୟକ୍ତି ବୁଧବାର ଅପରାହ୍ନରେ ବାରତୁଣିଆ ହାଟକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଗୁରୁବାର ଦିନ ଗ୍ରାମର କିଛି ଲୋକ ଏକ ମୃତଦେହ ବାରତୁଣିଆ ପୋଖରୀରେ ଭାସୁଥିବା ଦେଖି ସାହାରପଡା ଫାଣ୍ଡିକୁ ଖବର ଦେବା ସହ ବାଙ୍କନିଧିଙ୍କ ପରିବାରକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

Comments are closed.