ଗ୍ରାମ ସଭା ସଚେତନତା ବାର୍ତ୍ତା ବାଣ୍ଟୁଛି ରଥ

ପାଟଣା: ଗାଁର ବିକାଶ ନିଜ ହାତରେ, ୱାର୍ଡ ସଦସ୍ୟ ଓ ଗ୍ରାମବାସୀ ସଚେତନ ହୋଇ ଗ୍ରାମସଭା ଏବଂ ପଲ୍ଲିସଭା ରେ ସମସ୍ୟା ଉତଥାପନ କଲେ ସମସ୍ୟା ର ସମାଧାନ ବିଳମ୍ବ ରେ ହେଲେ ମଧ୍ୟ ଅବଶ୍ୟମ୍ଭାବୀ। ତେବେ ଗ୍ରାମସଭା ଓ ପଲ୍ଲିସଭା ରେ ଥିବା ଗୁରୁଦାୟିତ୍ୱ ସମ୍ପର୍କରେ ଏବେବି ଅନେକ ଅନଭିଜ୍ଞ ଅଛନ୍ତି।ଖାସ ସେଇଥି ପାଇଁ ହଙ୍ଗର ପ୍ରକଳ୍ପ ପକ୍ଷରୁ ପାଟଣା ବ୍ଲକ ଅଞ୍ଚଳରେ ସଚେତନତା ବାର୍ତ୍ତା ନେଇ ଗ୍ରାମସଭା ସଚେତନତା ରଥ ବିଭିନ୍ନ ପଞ୍ଚାୟତ ଗସ୍ତ କରୁଛି। ଗତକାଲି ଓ ଆଜି ଏହି ସଚେତନତା ରଥ ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତ ସହ ସରାସକୋଲା, ଚିନାମାଳିପଶି, ପଲାଣଘାଟି, ମୂଷାଖୋରୀ, ଓ ଏରେଣ୍ଡେଇ ଆଦି ପଂଚାୟତ ଅଞ୍ଚଳ ପରିକ୍ରମା କରିଛି।ହଙ୍ଗର ପ୍ରକଳ୍ପ ର ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ରଥ ସହ ପରିକ୍ରମା କରୁଥିବା ବେଳେ ବଡପାଟଣା ସରପଞ୍ଚ ବିନତି ବାନରା, ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ ଓ ପଲାଣଘାଟି ପଞ୍ଚାୟତ ଅଞ୍ଚଳର ସରପଞ୍ଚ ରାଉତ ମୁଣ୍ଡା ଗ୍ରାମସଭା ସଚେତନତା କାର୍ଯ୍ୟକ୍ରମ ରେ ସାମିଲ ହେବା ସହ କିଛି ୱାର୍ଡ ସଦସ୍ୟ ସଦସ୍ୟା ମାନେ ମଧ୍ୟ ସାମିଲ ହୋଇଥିଲେ।

Comments are closed.