୧୫ ବର୍ଷ ପରେ ବନବିଭାଗର ମନେ ପଡ଼ିଲା, ଲୋକ ଦେଖାଣିଆ ବନ୍ଦ କଲା କ୍ରସର

ପାଟଣା: ଘଟଗାଁ ତହସିଲ ଅନ୍ତର୍ଗତ ଖଣ୍ଟଘର ଇଲାକାରେ ଦୀର୍ଘ ୧୫ ବର୍ଷ ହେଲା କ୍ରସର ଚାଲୁଛି। ଡିନାମାଇଟିରେ ପାହାଡ଼ ଫଟା ଯାଇ ପଥର ଉତ୍ତୋଳନ ହେଉଛି।କ୍ରସର୍ ରୁ ଚିପ୍ସ କୋଟି କୋଟି ଟଙ୍କାରେ ବାହାର ଅଞ୍ଚଳ କୁ ବିକ୍ରି କରାଯାଇଛି। ଏହି କ୍ରସରର ଚିପ୍ସରେ ୨୨୦ ନଂ ଜାତୀୟ ରାଜପଥ ନିର୍ମାଣ କରାଯାଇଛି । କ୍ରସର ଯୋଗୁଁ ବାୟୁପ୍ରଦୂଷଣ ସାଙ୍ଗକୁ ପଥର ଉତ୍ତୋଳନ ଯୋଗୁଁ ଜଙ୍ଗଲରେ ହ୍ରଦ ଭଳି ଗାଡ଼ ସୃଷ୍ଟି ହେବା ସହ ପାଣି ଭର୍ତି ଏହି ଜାଗାରୁ ଜୀବଜନ୍ତୁ ମଧ୍ୟ ଛାଡ଼ି ପଳାଇଲେଣି । ରାଜସ୍ବ ବିଭାଗର ପଥର କ୍ୱାରି ନିଲାମ ସହ ଏକ ଠିକା ସଂସ୍ଥା ଦୀର୍ଘ ୧୩ ବର୍ଷ ରୁ ଉର୍ଦ୍ଧ ଏଠାରୁ ବିପୁଳ ପରିମାଣରେ ପଥର ଉତ୍ତୋଳନ କରି କ୍ରସର ଚଳାଇ ହଜାର ହଜାର କୋଟି ଟଙ୍କାର ମୁନାଫା କମାଇବା ପଛରେ ଘଟଗାଁ ରାଜସ୍ବ ବିଭାଗ ଓ ବନବିଭାଗର ପ୍ରଛନ୍ନ ହାତଥିବାବେଳେ ଏହାକୁ ବେଆଇନ ଦର୍ଶାଇ ପୁରୁଣା ଠିକା ସଂସ୍ଥାକୁ ଏଠାରେ ବିଦାୟର ରାସ୍ତା ଦେଖାଇ ଦିଆଯାଇଥିଲା । କିଛି ମାସ ଖଣି ଓ କ୍ରସର ବନ୍ଦ ରହିବା ପରେ ପୁନଶ୍ଚ ୨୦ ନଂ ଜାତୀୟ ରାଜପଥ ପୁନଃନିର୍ମାଣ ପାଇଁ ଶିବମ କଣ୍ଡେଭ ନାମକ ଏକ ସଂସ୍ଥା ସେହି ପୁରୁଣା ଖଣି ଓ ପୁରୁଣା କ୍ରସର ର ମାଲିକ ହେଇଗଲା ଠିକ୍ ପୁରୁଣା ବୋଲତରେ ନୂଆ ମଦ ଭଳି। ଚର୍ଚ୍ଚା ହେଉଛି କି ରାଜସ୍ବ ବିଭାଗ ଠାରୁ ବନ ବିଭାଗ ଓ ଅନ୍ୟାନ୍ୟ ବିଭାଗ ସହ ଦାଦା ଚାନ୍ଦା ଏହି ନୁଆ ସଂସ୍ଥା ଠିକ ଠାକ୍ ଦେଉନଥିବା ରୁ ଏବେ ସମସ୍ତେ ରାଗ ସୁଝାଇବା କୁ ଶିବମ କଣ୍ଡେଭ କୁ ବନ୍ଦ କରିବା ପାଇଁ ରୀତି ମତ ଉଦ୍ୟମ ଚଳାଇଛନ୍ତି। ରାଜ୍ୟ ପ୍ରଦୂଷଣ ବୋର୍ଡ ଏହି ସଂସ୍ଥା କୁ ନୋଟିସ ଜାରି କରିଥିବା ବେଳେ ଘଟଗାଁ ବନାଞ୍ଚଳ ଅଧିକାରୀ ମଧ୍ୟ ଏହି କ୍ରସର ର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ଅଗ୍ରୱାଲ ଙ୍କ ଭୁବନେଶ୍ୱର ଠିକଣା ରେ ନୋଟିସ ଜାରି କରିଛନ୍ତି। ଏପରିକି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମଧ୍ୟ ଗତ ମାର୍ଚ୍ଚ ମାସ ରେ ଏହି କ୍ରସର ବିନା ଅନୁମତିରେ ଅବୈଧ ଭାବେ ଚାଲୁଥିବା ଘଟଗାଁ ତହସିଲଦାର ଙ୍କୁ ଲିଖିତ ଜଣାଇଛନ୍ତି। ଏତେ ସବୁ ଘଟଣା ରୁ ଏହି ଖଣି ଓ କ୍ରସର ଦୀର୍ଘ ୧୫ ବର୍ଷ ଧରି କିପରି ଚାଲିଲା ଓ ଏହା ପଛରେ କେଉଁ ମାନଙ୍କ ର ପ୍ରଚ୍ଛନ୍ନ ହାତ ଥିଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଜରୁରୀ ହୋଇ ପଡିଥିବା ବେଳେ ଆଜି ବନ ବିଭାଗ ନାମକୁ ପାତ୍ର ଏହି କ୍ରସର୍ କୁ ଯାଇ ଏହାକୁ ବନ୍ଦ କରିବା ପାଇଁ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଛି। ଏପରିକି ଏଠାରୁ ବିଦ୍ୟୁତ ବିଚ୍ଛିନ୍ନ ପାଇଁ ସଂପୃକ୍ତ ବିଭାଗ କୁ ଅବଗତ କରାଯାଇଛି । ଆଜି ଘଟଗାଁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର , ବନପାଳ ଯତୀନ୍ଦ୍ର କୁମାର ସାହୁ , ଢେଙ୍କିକୋଟ ବନପାଳ ଶିବ ନାରାୟଣ ଦେବ ଓ ବନରକ୍ଷୀ ଯୋଗେଶ୍ୱର ମାଝୀ ପ୍ରମୁଖ ଖଣ୍ଟଘର କ୍ରସର୍ କୁ ଯାଇ ଏହାକୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.