ଗଛ ଡାଳପଡି ଛାତ୍ରୀର ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଧାନବେଣୀ ଗ୍ରାମର ହୀରାଲାଲ ମହାନ୍ତଙ୍କ ୧୦ବର୍ଷର ଝିଅ ପ୍ରଭାସିନୀ ମହାନ୍ତଙ୍କ ଆଜି ଅକାଳ ବିୟୋଗ ଘଟିଛି । ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଥିବା ପ୍ରଭାସିନୀ ଛୁଟି ଦିନ ଥିବାରୁ ଘରେ ରହିଥିଲା । ରବିବାର ସକାଳେ ନିଜ ଘର ଗୋରୁଙ୍କୁ ଗାଈଗୋଠକୁ ନେଇ ଛାଡି ଫେରୁଥିବା ସମୟରେ ଘର ନିକଟରେ ଥିବା ଏକ କୁସୁମ ଗଛର ଡାଳ ଭାଙ୍ଗି ପ୍ରଭାସିନୀଙ୍କ ଉପରେ ପଡିଯାଇଥିଲା ।

ପ୍ରଭାସିନୀ ଗୁରୁତର ହେବା ଫଳରେ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଵସ୍ଥା ଗୁରୁତର ହେବାରୁ ଡାକ୍ତର ପ୍ରଭାସିନୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ପ୍ରଭାସିନୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି  ।

Comments are closed.