ଡୁମୁରି ସାହିକୁ ରାସ୍ତା ନାହିଁ, ହିନସ୍ଥା ହେଉଛନ୍ତି ସାହିବାସୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମର ଡୁମୁରି ସାହିକୁ ଯିବା ଆସିବା ପାଇଁ ସ୍ଥାୟୀ ରାସ୍ତା ଖଣ୍ଡିଏ ନଥିବାରୁ ସାହିରେ ରହୁଥିବା ୨୦ ରୁ ୨୫ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡୁମୁରି ସାହି ଦେଇ ସିଲିଦା ଗ୍ରାମର ମୁଣ୍ଡା ସାହିକୁ ଚଲା ବାଟ ଥିବାରୁ ଏହି ପାଦ ଚଲା ରାସ୍ତା ଦେଇ ଲୋକେ ଯାତାୟାତ କରିବା ସହ ଚାଷ ଜମିକୁ ଟ୍ରାକ୍ଟର ମଧ୍ୟ ଯିବାଆସିବା କରୁଥିବାରୁ ପାଦ ଚଲା ମାଟି ରାସ୍ତାଟି ବର୍ଷା ଦିନେ କାଦୁଅ ପଚ ପଚ ହୋଇଯାଉଛି। ଯାହା ଫଳରେ ସାଇକେଲ କିମ୍ବା ବାଇକ ରେ ଯିବା ଆସିବା ଲୋକେ ଟିକେ ଅନ୍ୟମନସ୍କ ହେଲେ କାଦୁଅରେ ପଡି ହିନସ୍ତା ହେଉଛନ୍ତି। ଖୁଣ୍ଟାପଡାରୁ ଡୁମୁରି ସାହି ଦେଇ ସିଲିଦା ମୁଣ୍ଡା ସାହିକୁ ସ୍ଥାୟୀ ରାସ୍ତା କରାଯିବାକୁ ଡୁମୁରି ସାହିବାସୀ ମତ ପ୍ରକାଶ କରିଥିବାରୁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଛି।

Comments are closed.