ଶାରୀରିକ ଅକର୍ମଣ୍ୟଙ୍କୁ ଭତ୍ତା ଯୋଗାଇଦେବାକୁ ଏବିଡ଼ିଓଙ୍କୁ ଭେଟିଲେ ବିଜେପି ନେତା

ପାଟଣା : ଢେଙ୍କିକୋଟ ପଞ୍ଚାୟତ ଅଧିନସ୍ଥ ଲଙ୍ଗଳକଣ୍ଟି ଗ୍ରାମ ର କୌଶଲ୍ୟା ନାୟକ ଓ ମାଗୁଣି ଗିରି ଶାରୀରିକ ଭାବେ ଅକ୍ଷମ ଅଟନ୍ତି । ପୂର୍ବରୁ ପଞ୍ଚାୟତ ଓ କାର୍ୟ୍ୟଳୟ, ବ୍ଲକ କାର୍ୟ୍ୟଳୟ ଦଉଡ଼ି ଦଉଡ଼ି ଭତ୍ତା ପାଇଁ ଆବେଦନ ପତ୍ର ଦେଇଥିଲେ ମଧ୍ୟ ଏଯାବତ ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ । ଏ ନେଇ ସ୍ଥାନୀୟ ବିଜେପି ନେତା ଅମର ସିଂହ, ଜିଲ୍ଲା କାର୍ୟ୍ୟାଳୟ ସହ ସମ୍ପାଦକ ଜୟଦେବ ଗିରି, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ରୁଦ୍ର ପ୍ରସାଦ ବେହେରା ପ୍ରମୁଖ ଘଟଗାଁ ଏବିଡ଼ିଓ ଚିତରଞ୍ଜନ ନାୟକ ଙ୍କୁ ଭେଟି ଲଙ୍ଗଳକଣ୍ଟି ଗ୍ରାମ ର କୌଶଲ୍ୟା ଓ ମାଗୁଣି ଙ୍କ ସହ ସରୋଜିନୀ ଗିରି, ବିଳାଶ ନାୟକ , ହୃଷିକେଶ ଗିରି, ରାଜୁ ଦାସ, ଅପୂର୍ବ ଗିରି ଓ ଅନ୍ୟ ମାନଙ୍କୁ ତୁରନ୍ତ ସରକାରୀ ଯୋଜନା ରେ ସାମିଲ କରାଇ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ନିକଟ ରେ ଦାବୀ ରଖିଛନ୍ତି ।

Comments are closed.