ଭୟଙ୍କର ହେଲା ବୈତରଣୀ

ପାଟଣା: ୬ ଦିନ ହେଲା ବର୍ଷା ଅବ୍ୟାହତ ରହିବା ଫଳରେ ବୈତରଣୀରେ ବନ୍ୟା ପାଣି ଭୟଙ୍କର ଦେଖାଯାଇଛି। ବିଭିନ୍ନ ଶାଖା ନଦୀ ଓ ନାଳରୁ ପାହାଡିଆ ପାଣି ବୈତରଣୀରେ ମିଶିବା ସହ ବର୍ଷା ଜାରିଥିବାରୁ ବୈତରଣୀ ଭୟଙ୍କର ଦେଖାଯାଉଛି। ଆଜି ସକାଳୁ ପାଟଣାର ପ୍ରସିଦ୍ଧ ପରମେଶ୍ବର ମନ୍ଦିର ସଂଲଗ୍ନ ଅନସୁୟା ଘାଟର ପାହାଚ ବୁଡିଯାଇଥିବା ଦେଖାଯାଇଥିଲା। ଏପରିକି ବନ୍ୟାଜଳ ପାଟଣା ବୈତରଣୀ ସେତୁକୁ ମଧ୍ୟ ଛୁଇଁ ଥିବା ଦେଖାଯାଇଥିଲା। ଆଜି ସନ୍ଧ୍ୟା ଯାଏଁ ଏହି ସ୍ଥିତି ଅବ୍ୟାହତ ରହିଛି। ତେବେ ଅଞ୍ଚଳଟି ପାହାଡିଆ ଓ ବନ୍ୟାଜଳ ତଳ ମୁଣ୍ଡକୁ ଦୃତ ଗତିରେ ଯାଉଥିଲେ ମଧ୍ୟ ଆଜିର ସ୍ଥିତି ଲୋକମାନଙ୍କୁ ଡରାଉ ଥିବା ଦେଖାଯାଉଛି।

Comments are closed.