ଭୀମକୁଣ୍ଡରେ ଭାସିଯାଇ ଯୁବକ ନିଖୋଜ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ଶ୍ରୀକର ନାଏକଙ୍କ ପୁଅ ତଥା ଭୀମକୁଣ୍ଡରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଦୀପକ ନାଏକ(୨୫) ଗତକାଲି ଅପରାହ୍ଣ ୪ଟା ସମୟରୁ ନିଖୋଜ ରହିଛନ୍ତି ।  ଭୀମକୁଣ୍ଡର ସାନକୁଣ୍ଡ ରାସ୍ତାରେ ମାଛ ଧରୁଥିବା ବେଳେ ନଦୀ ସ୍ରୋତରେ ଭାସିଯାଇ ଦୀପକ ନିଖୋଜ ନିଖୋଜ ଥିବା ଅଭିଯୋଗ ହୋଇଛି । ଗତକାଲି ଠାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଆଜି ଦିନ ସାଢେ଼ ୯ଟା ସୁଦ୍ଧା ତାଙ୍କର ପତ୍ତା ମିଳିପାରିନାହିଁ ।
ନିଜର ଛୁଟି ଥିବାରୁ ଭୀମକୁଣ୍ଡ ପଞ୍ଚାୟତ ଡାକ ବଙ୍ଗଳାରେ ଦୀପକ ତାଙ୍କର ପୋଷାକ ଏବଂ ମୋବାଇଲ ରଖି ଜଣେ ସୁରକ୍ଷାକର୍ମୀ ସାଥୀ ଶଙ୍କର୍ଷଣ ନାଏକଙ୍କୁ ସାଙ୍ଗରେ ନେଇ ମାଛ ଧରିବାକୁ ଭୀମକୁଣ୍ଡକୁ ଯାଇଥିଲେ । ତେବେ ଅପରାହ୍ଣ ୫ଟାରେ ଟାୱାରରେ ତାଲା ମାରିବାକୁ ଶଙ୍କର୍ଷଣ ମାଛ ଧରା ସ୍ଥାନରୁ ଫେରି ଆସିଥିଲେ । ପରେ ଶଙ୍କର୍ଷଣ ଭୀମକୁଣ୍ଡକୁ ଯାଇ ଦୀପକ ନାଏକଙ୍କୁ ଆଉ ପାଇନଥିଲେ । ଏନେଇ ଡୁମୁରିଆ ସରପଞ୍ଚ ଗୌରହରି ନାଏକଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ଦୀପକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି । ହେଲେ ଏଯାଏ ଦୀପକଙ୍କ କୌଣସି ପତ୍ତା ମିଳିପାରିନାହିଁ  ।

Comments are closed.