ଢେ଼ଙ୍କିକୋଟ ଯୁବକଙ୍କ ଚେନ୍ନାଇରେ ଆତ୍ମହତ୍ୟା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମର ସ୍ବର୍ଗତ ନୃସିଂହ ନାୟକଙ୍କ ସାନପୁଅ ଅବିନାଶ ନାୟକ(୨୨) ରବିବାର ଚେନ୍ନାଇରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମାସକ ତଳେ ସେ ଚେନ୍ନାଇ ଯାଇ ତାମିଲନାଡୁର ତିରିପୁରର ଏସକେସି କପଡା କାରଖାନାରେ କାର୍ଯ୍ୟ କରୁଥିଲେ। ତେବେ ସେ ପ୍ରେମ ବ୍ୟାପାରକୁ ନେଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବିଶ୍ୱାସ କରାଯାଇଛି। ଜଣେ ଭଲ ପିଲା ହୋଇଥିବାରୁ ଅବିନାଶଙ୍କ ସାଙ୍ଗସାଥି ମହଲରେ ଶୋକର ଛାୟା ଖେଳିଯାଇଛି। ଏ ନେଇ ତାମିଲନାଡୁ ପୁଲିସ ଘଟଗାଁ ଥାନାକୁ ସୂଚନା ଦେବାପରେ ତାଙ୍କ ମାଆ ଟିକିରି ନାଏକ ମର ଶରୀର ଆଣିବାକୁ ଚେନ୍ନାଇ ଯାଇଥିବା ଜଣାପଡିଛି।

Comments are closed.