କଥା ରଖିଲେ ଯୁବ ରକ୍ତଦାତା ପ୍ରାଣବନ୍ଧୁ, ବଂଚିଗଲେ ପ୍ରସୂତି

ପାଟଣା: କେନ୍ଦୁଝର ଜିଲ୍ଲା ଫୁଲଝର ଗ୍ରାମର ଯୁବ ରକ୍ତଦାତା ପ୍ରାଣବନ୍ଧୁ ଖୁଣ୍ଟିଆଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ଗୁରୁବାର ରାତି କେନ୍ଦୁଝର ଡାକ୍ତରଖାନାରେ ଗଚ୍ଛିତ ଥିବା ଏକମାତ୍ର ଏ+ ରକ୍ତ ପ୍ରସୂତି ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ସେନାପତି ନାଏକଙ୍କ ପତ୍ନୀ ଦିବ୍ୟା ଭାରତୀ ନାଏକଙ୍କୁ ଦିଆଯାଇଥିଲା।

ଦିବ୍ୟା ଭାରତୀଙ୍କୁ ଏହି ରକ୍ତ ଜୀବନ ଦେବା ସହ ତାଙ୍କର ସନ୍ତାନ ପ୍ରସବ ରେ ସାହାଯ୍ୟ କଲା ଓ ସେ ଏକ ସୁସ୍ଥ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଦେଲେ। ଘଟଣାଟି ଏହିପରି ଯେ ଗତକାଲି ଖିରେଇଟାଙ୍ଗିରୀର ଦିବ୍ୟା ଭାରତୀ ନିଜର ପ୍ରଥମ ସନ୍ତାନ ପ୍ରସବ ପାଇଁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏ+ ଗୃପର ରକ୍ତ ଆବଶ୍ୟକ ଥିଲା। ରକ୍ତଭଣ୍ଡାର ମାତ୍ର ଗୋଟିଏ ରକ୍ତ ଜଣେ ଥାଲାସେମିଆ ରୋଗୀଙ୍କୁ ଦିଆଯିବାକୁ ଥିବାରୁ ଦିବ୍ୟା ଭାରତୀଙ୍କ ପାଇଁ ସମସ୍ୟା ବଢୁଥିବା ଦେଖି ଯୁବ ସ୍ଵେଚ୍ଛାସେବୀ ସନ୍ଦୀପ ପଟ୍ଟନାୟକ ଓ ସଞ୍ଜିବ କୁମାର ସାହୁ ହ୍ବାଟସପ୍ ରେ ଏହି ଗୃପର ରକ୍ତଦାତାଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥିଲି।

ସୂଚନା ପାଇ ଫୁଲଝର ଗ୍ରାମର ପ୍ରାଣବନ୍ଧୁ ଖୁଣ୍ଟିଆ ସଙ୍ଗେ ସଙ୍ଗେ କେନ୍ଦୁଝର ଯାଇ ରକ୍ତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସେ ରକ୍ତ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେବାରୁ ଥାଲାସେମିଆ ରୋଗୀଙ୍କ ପାଇଁ ଗଚ୍ଛିତ ରକ୍ତ ଦିବ୍ୟା ଭାରତୀ ଙ୍କୁ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ ଆଜି ସକାଳୁ ପ୍ରାଣବନ୍ଧୁ କେନ୍ଦୁଝର ଆସି ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Comments
Loading...