ପାଟଣାରେ ଅବକାରୀ ଚଢ଼ାଉ, ସାତ ଜଣ ଗିରଫ

ପାଟଣା: ପାଟଣା ଅବକାରୀ ଥାନା ଅଞ୍ଚଳରେ ଶୁକ୍ରବାର ଅବକାରୀ ଚଢ଼ାଉ ସମୟରେ ମୋଟ ୧୪୫ଲିଟର ମହୁଲି ମଦ ଜବତ କରାଯିବା ସହ ୧୬ଶହ କେଜି ପୋଚ ନଷ୍ଟ କରାଯାଇଛି। ପାଟଣା ବ୍ଲକ ଗୋଡ଼ି ପୋଖରୀ ଗ୍ରାମର ରୁକ୍ମଣୀ ମହାନ୍ତଙ୍କ ଠାରୁ ୮ ଲିଟର ମହୁଲି ମଦ ଓ ଯୋଷ୍ଣାରାଣୀ ବେହେରା ଙ୍କ ଠାରୁ ସାତ ଲିଟର ମହୁଲି ମଦ ଜବତ କରାଯିବା ସହ ବାଉଁସୁଳି ଗ୍ରାମର ନବଘନ ମୁଣ୍ଡାଙ୍କ ଠାରୁ ୧୦ଲିଟର ମହୁଲି ମଦ ଜବତ କରାଯାଇଛି। ସେହିପରି ବନବିର ଗ୍ରାମରେ ଚାଲିଥିବା ଚୋରା ମଦ ଭାଟିରେ ଚଢାଉ ସମୟରେ ୧୨୦ଲିଟର ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯିବା ସହ ଭାଟିରୁ ୧୬ସହ କେଜି ପୋଚ ମଧ୍ୟ ଜବତ ପରେ ନଷ୍ଟ କରାଯାଇଛି।

ସମସ୍ତ ମଦ ରନ୍ଧା ସରଞ୍ଜାମକୁ ଅବକାରୀ ବିଭାଗ ଜବତ କରିଛି। ସଦର ଅବକାରୀ ନୀରିକ୍ଷକ ବେଣୁଧର ସାମଲ ଭ୍ରାମ୍ୟମାଣ ଅବକାରୀ ଦଳ ନିରୀକ୍ଷକ ଶ୍ରୀ ମଣ୍ଡଳ, ପାଟଣା ଅବକାରୀ, ଥାନା ଅଧିକାରୀ ଦିଲୀପ କୁମାର ତାଣ୍ଡି ଓ ଜଗନ୍ନାଥ ଭିତିରିଆ ପ୍ରମୁଖ ଚଢାଉ ରେ ସାମିଲ ଥିଲେ।ତେବେ ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳ ର ଢ଼ାବା ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ସମୟରେ ଅବକାରୀ ବିଭାଗ ଅନ୍ୟ ଚାରି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିଛି।

Comments are closed.