ଅସହାୟ ପରିବାରକୁ ସାରଥି ପରିବାରର ସହାୟତା

ପାଟଣା: ପାଟଣା ବ୍ଲକ ଗୁଳୁଦୀପଶି ଗ୍ରାମର ଗୋଟିଏ ପରିବାର ଅଭାବ ଅନଟନରେ ରହିବା ସହ ଜଣେ ବୃକକ ଆକ୍ରାନ୍ତଙ୍କ ଚିକିତ୍ସା କରାଇ ପାରୁନଥିବା ବେଳେ ଆଜି କେନ୍ଦୁଝର ସାରଥି ପରିବାର ଏହି ପରିବାରକୁ ସହାୟତାର ହାତ ବଢ଼ାଇଛି। ଅସୁସ୍ଥ ଥିବା ଗଣେଶ୍ୱର ସାହୁଙ୍କ ଚିକିତ୍ସା ପାଇଁ ସାରଥି ପରିବାର ଦାୟିତ୍ଵ ନେଇଥିବା ବେଳେ ପରିବାରର ଶାନ୍ତିଲତା ଓ ତାଙ୍କ ପୁଅ ସତ୍ୟନାରାୟଣଙ୍କୁ ଚାଉଳ, ବସ୍ତ୍ର ଓ ନଗଦ ଅର୍ଥ ରାଶି ପ୍ରଦାନ କରିଛନ୍ତି। ସାରଥି ପରିବାରର ରଞ୍ଜନ ମହାନ୍ତ, ଶରତ ଭୋଇ, ଚନ୍ଦ୍ର ହାସ୍ୟ ବେହେରା, ରସାନନ୍ଦ ଆପଟ, ଚନ୍ଦ୍ରଶେଖର ବାରିକ ପ୍ରମୁଖ ଅନ୍ୟ ସଦସ୍ୟ ସଦସ୍ୟାମାନେ ଗୁଳୁଦୀପଶି ଯାଇ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛି।

Comments are closed.