ପାଟଣା ବନାଞ୍ଚଳକୁ ପୁଣି ଲେଉଟିଲେ ହାତୀପଲ, ଧାନତଳିରେ ବ୍ୟାପକ କ୍ଷୟକ୍ଷତି

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳକୁ କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଛନ୍ତି ୧୧ ଟିକିଆ ହାତୀପଲ। ଏହି ହାତୀପଲ ଗତ ଦୁଇ ଦିନ ହେଲା କଣ୍ଟିଆପଡା ପଞ୍ଚାୟତ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବିଶେଷ କରି ବିଭିନ୍ନ ସ୍ଥାନରେ ଥିବା ଧାନତଳି କୁ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି। ଏହି ହାତୀପଲ ରେ ୩ ଟି ଦନ୍ତା , ୬ଟି ମାଈ ଓ ଦୁଇ ଟି ଛୁଆ ହାତୀ ଥିବା ଜଣାପଡିଛି । ଖିରେଇଟାଙ୍ଗିରୀ ବନପାଳ ସୁନିତା ବଘେଲ ଓ ବନବିଭାଗ କର୍ମଚାରୀ ଏହି ହାତୀପଲ ଉପରେ ନଜର ରଖିଥିବା ବନବିଭାଗ ସୂଚନା ଦେଇଛି। ତେବେ ଗାଁ ନିକଟରେ ଏହି ହାତୀପଲ ରହୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

Comments are closed.