କାଜୁ ଜଙ୍ଗଲରୁ ନବଜାତ ଉଦ୍ଧାର

ହେପାଜତକୁ ନେଲା ପାଟଣା ପୁଲିସ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ କୁଣ୍ଡଳା ଗ୍ରାମର ହାଟ ପଡିଆ ନିକଟସ୍ଥ ଗୌରାଙ୍ଗ ମହାନ୍ତଙ୍କ କାଜୁ ବଗିଚାରୁ ଆଜି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଆସି ଶିଶୁ ଟି କୁ ଉଦ୍ଧାର କରିଥିଲେ। ଆନୁମାନିକ ୩ ରୁ ୪ ଦିନ ମଧ୍ୟରେ ଜନ୍ମଲାଭ କରିଥିବା ଏହି ଶିଶୁ କନ୍ୟାଟିକୁ ଗତରାତିରେ କିମ୍ବା ଆଜି ଭୋରରୁ ଏହି କାଜୁ ଜଙ୍ଗଲରେ ପକାଇ ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି।
ଏନେଇ ପାଟଣା ପୁଲିସକୁ ସୂଚନା ଦିଆଯିବାରୁ ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶ ମତେ ଏ ଏସ ଆଇ ପଦ୍ମାବତୀ ବିଶ୍ଵାଳ କୁଣ୍ଡଳା ଗ୍ରାମକୁ ଯାଇ ନବଜାତ ଶିଶୁ କନ୍ୟାଟିକୁ ନିଜ ହେପାଜତରେ ଆଣି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ତାକୁ ତରଳ ଖାଦ୍ୟ ଦେଇଛନ୍ତି। ଏନେଇ ପାଟଣା ପୁଲିସ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନକୁ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେବା ପରେ ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା ମାନେ ପାଟଣା ଥାନା କୁ ଆସୁଥିବା ସୂଚନା ମିଳିଛି।

Comments are closed.