ଅବକାରୀ ବିଭାଗର ଚଢ଼ାଉ; ମହୁଲି ମଦ ସହ ଜଣେ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ଚୁନୁସାହି ଓ ଫୁଲପାହାଡି ଗ୍ରାମରେ ଚଢ଼ାଉ କରାଯାଇ ୨୪ ଶହ କେଜି ମହୁଲ ପୋଚ ନଷ୍ଟ କରାଯାଇ ୮୯ ଲିଟର ମହୁଲି ମଦ ଜବତ କରାଯାଇଛି । ଏହା ସହ ଜଣେ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଚଢାଉ ସମୟରେ ଫୁଲପାହାଡି ଗ୍ରାମରେ ମଦ ମାଫିଆ ଆଗୁଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଚୁନୁ ସାହିରେ ବାବୁଲା ମାଝୀ ନାମକ ଜଣେ ମଦ ବେପାରୀକୁ ଗିରଫ କରାଯାଇଛି । ସଂପୃକ୍ତ ମଦ ବେପାରୀଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା, ସମିର ମହାନ୍ତି ଓ ଆରତୀ ବେହେରା ସାମିଲ ଥିଲେ ।

Comments are closed.