ଦୁଇଟି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ମୁରୁସୁଆଁ ଗ୍ରାମରେ ବିଳମ୍ବିତ ରାତିରେ ଦୁଇଟି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରର ଗ୍ରିଲ ତାଡି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମର ଦୁର୍ୟୋଧନ ସାହୁଙ୍କ ଘରର ଗ୍ରିଲ ତାଡି ଘର ଭିତରେ ପଶିବା ପରେ ଆଲମିରା ଭାଙ୍ଗି ନଗଦ ୩୫ ହଜାର ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି। ସେହିପରି ଗ୍ରାମର ଜ୍ୟୋତିରଞ୍ଜନ ସେଠୀଙ୍କ ଘରର ପଛପାଖ ଗ୍ରିଲ ତାଡି ୫ ଭରିରୁ ଅଧିକ ସୁନା ଗହଣା ସହ ରୁପା ଓ ନଗଦ ୧୨ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.