ବ୍ୟକ୍ତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ ଭାଲୁପାହାଡି ସାହିର ଦୂର୍ଯ୍ୟ ନାଏକ (୫୦) ରବିବାର ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ନିଜ ଘର ଠାରୁ ୫ ଶହ ମିଟର ଦୂର ଏକ ବର ଗଛରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ପାଟଣା ଅଗ୍ନିଶମ ବାହିନୀ ତୁରୁମୁଙ୍ଗା ପୁଲିସ ଉପସ୍ଥିତରେ ବର ଗଛରୁ ଶବକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପାଟଣା ଡାକ୍ତରଖାନା ଅଣାଯାଇଛି । ଦୁର୍ଯ୍ୟ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.