ପାଟଣା କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ

ବର୍ଦ୍ଧିତ ତୈଳ ଦର ପ୍ରତ୍ୟାହାର ଦାବି

ପାଟଣା : ତୈଳଯାତ ଦ୍ରବ୍ୟକୁ ହ୍ରାସ ଦାବୀରେ କଂଗ୍ରେସ ଦଳ ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥି ଇଂ ବିନୋଦ ବିହାରୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ କରୋନା କଟକଣା ମାନି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପାଟଣା କଂଗ୍ରେସ ସଭାପତି ଶତୃଘ୍ନ ସିଂହ, ସାହାରପଡା କଂଗ୍ରେସ ସଭାପତି ମୁକୁନ୍ଦ ଚନ୍ଦ୍ର ମହାନ୍ତ, ବରିଷ୍ଠ ନେତା କୌଳାସ ଚନ୍ଦ୍ର ବାରିକ,ବୀରଭଦ୍ର ମହାନ୍ତ, ଶିବ କୁମାର ବେହେରା, ବସନ୍ତ ମିଶ୍ର, ବ୍ରଜବନ୍ଧୁ ନାଏକ, ମାନସ ସାହୁ,ବିଦ୍ୟା ସିଂ,ଇଶ୍ୱର ଚନ୍ଦ୍ର ଦେହୁରୀ, ହିମାଶୁଂ ମହାନ୍ତ, ଚିତ୍ତ ରଞନ ତରେଇ, ମାନସ କୁମାର ନାଏକଙ୍କ ସହ ବହୁ କଂଗ୍ରେସ ନେତା ସାମିଲ ଥିଲେ।

Comments
Loading...