ଅବକାରୀ ବିଭାଗର ଚଢାଉ ; ୪୦ ଲିଟର ଚୋରା ମଦ ଜବତ, ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୦ ଲିଟର ଚୋରା ମଦ ଜବତ କରାଯିବା ସହ ୨ ଜଣ ଙ୍କୁ ଗିରଫ କରାଯାଇଛି । ଚଢାଉ ସମୟରେ ମାଧପୁର ଗ୍ରାମର ହରିଶ୍ଚନ୍ଦ୍ର ଲୋହାରଙ୍କ ଠାରୁ ୨୫ ଲିଟର ଓ ସଅଁରାପଶି ଗ୍ରାମର ମୁନା ମୁଣ୍ଡାଙ୍କ ଠାରୁ ୧୫ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ସାମିଲ ଥିଲେ ।

Comments are closed.