ଛେଳି ଚୋରି ଅଭିଯୋଗ; ୩ ଅଟକ

ପାଟଣା: ପାଟଣା ବ୍ଲକ ଚେମଣା ପଞ୍ଚାୟତ ସରାସପଶି ଗ୍ରାମର ଲକ୍ଷ୍ମଣ ମହାନ୍ତଙ୍କ ଏକ ଛେଳିକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ଜଣେ ସାବାଳକ ଓ ୨ ଜଣ ନାବାଳକ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି । ସମସ୍ତ ୩ ଜଣଙ୍କୁ ପୁଲିସ ଏନେଇ ପଚରାଉଚରା କରୁଛି । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଅପରପକ୍ଷରେ ଛେଳି ମାଲିକ ଲକ୍ଷ୍ମଣ ତାଙ୍କ ଛେଳିକୁ ସଂପୃକ୍ତ ସାବାଳକ ଓ ନାବାଳକ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଥିବାରୁ ଘଟଣାର ସତ୍ୟାସତ୍ୟକୁ ନେଇ ପୁଲିସ ତାହା ତଦନ୍ତ କରୁଛି ।

Comments are closed.