ମଲ୍ଲୀପଶି ରଥଯାତ୍ରା ପାଇଁ ଗୋବର୍ଦ୍ଧନ ମଠରୁ ଆସିଲା ଆଜ୍ଞାମାଳ

ପାଟଣା: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ପୁରୀ ଦ୍ୱାରା ପରିଚାଳିତ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀର କେନ୍ଦୁଝର ଜିଲ୍ଲା ଶାଖାର କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ତତ୍ୱାବଧାନରେ ମଲ୍ଲୀପଶି ରଥଯାତ୍ରା କମିଟିର ସଦସ୍ୟ ମାନେ ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଗୋବର୍ଦ୍ଧନ ମଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପରେ ଜଗଦଗୁରୁଙ୍କ ଆଜ୍ଞାମାଳ ପାଇ ମଲ୍ଲୀପଶିକୁ ଫେରୁଛନ୍ତି । ଦାରୁବ୍ରହ୍ମ ପ୍ରତିଷ୍ଠାନ ମଲ୍ଲୀପଶିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଗୋବର୍ଦ୍ଧନ ମଠ ଦ୍ଵାରା ସ୍ୱୀକୃତି ପ୍ରଦାନ କରାଯାଇଥିବା ଏହି ରଥଯାତ୍ରାରେ ତିନୋଟି ରଥ ନିର୍ମାଣ କରାଯାଇଥାଏ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରୁ ଆଜ୍ଞାମାଳ ଆଣିବା ପାଇଁ ମଲ୍ଲୀପଶିରୁ ଦୁର୍ଯ୍ୟୋଧନ ମହାନ୍ତ, ମଙ୍ଗଳୁ ମହାନ୍ତ, ସୁଦର୍ଶନ ନାଏକ, ଶାନ୍ତିଲତା ଦାସ, ଚନ୍ଦ୍ରମଣି ନାଏକ, ମନ୍ଦଦରୀ ଦାସ, ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ, ସବିତା ମହାନ୍ତ, ପାର୍ଥସାରଥୀ ବେଜ, ରଞ୍ଜନ କୁମାର ବାରିକଙ୍କ ସହିତ ୨୦ରୁ ଊର୍ଦ୍ଧ୍ଵ ଆଦିତ୍ୟ ବାହିନୀର କର୍ମକର୍ତ୍ତା ମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ଯାଇଥିଲେ।

Comments are closed.