ଶେଷ ଦିନରେ ବିଜେପିର ଜୋରଦାର ପ୍ରଚାର

ପାଟଣା: ମଇ ୨୭ରେ ଢ଼େଙ୍କିକୋଟ ୮ ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ପ୍ରଚାର ଶେଷ ହେଉଥିବା ବେଳେ ବିଜେପି ପ୍ରାର୍ଥୀ ମହେଶ୍ୱର ନାୟକଙ୍କୁ ଜିତାଇବା ପାଇଁ ବିଜେପି ନେତା ଡକ୍ଟର ଶମ୍ଭୁନାଥ ରାଉତ ଆଜି ପଇଦାପାଟଣା, ନୁସୁରିପଶି, ହଳଧରପୁର ଓ ଖୁଣ୍ଟାପଡ଼ା ଗ୍ରାମରେ ପ୍ରଚାର କରିଛନ୍ତି। ସଦଳବଳେ ଘରକୁ ଘର ଯାଇ ପଥପ୍ରାନ୍ତରେ ଲୋକମାନଙ୍କୁ ଭେଟି ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ ଲେଖା ସହ ଦଳୀୟ ପ୍ରାର୍ଥୀଙ୍କ ନାମ ଥିବା ଲିଫଲେଟ୍ ଦେଇ ମହେଶ୍ୱର ନାୟକଙ୍କୁ ଭୋଟ ଦେବା ପାଇଁ ହାତ ଯୋଡ଼ି ନିବେଦନ କରିଛନ୍ତି। ଶ୍ରୀ ରାଉତଙ୍କ ନେତୃତ୍ଵରେ ଘଟଗାଁ ମଣ୍ଡଳ ସାଧାରଣ ସମ୍ପାଦକ ଶରତ ବେଜ, ତପନ କୁମାର ଧିର, ମାନସ କୁମାର ଆଚାର୍ଯ୍ୟ, ମଦନ ମୋହନ ସାହୁ, କୈଳାସ ଚନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ବାବୁଲି ନାଏକ, ଯତୀନ୍ଦ୍ର ନାଏକ, ଦେବେନ୍ଦ୍ର ନାଏକ, ପ୍ରଫୁଲ୍ଲ ନାଏକ, ଅଲେଖ ନାଏକ, ବିପିନ ନାଏକ, ସନ୍ତୋଷ ନାଏକ, କୈଳାସ ମହାନ୍ତ, ଝରଣା ଦେହୁରୀ ଓ ନଳିନୀ ନାଏକ ପ୍ରମୁଖଙ୍କୁ ଶେଷ ଦିନରେ ପ୍ରଚାର ମଇଦାନରେ ସାମିଲ ଥିବା ଦେଖାଯାଇଛି।

Comments are closed.