ନିମ୍ନମାନର ରାସ୍ତାକାମ ବନ୍ଦ କଲେ ଘଷିପୁରା ବିଧାୟକ
ପାଟଣା: ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତରେ ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ ପ୍ରଚାରରେ ଥିବା ପୁର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପୋଇପାଣି ଗ୍ରାମର ପାଖାପାଖି ଶହେ ଲୋକ ପ୍ରଧାନମନ୍ତ୍ରୀ ସଡ଼କ ମରାମତି କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମlତ୍ରେ ବିଧାୟକ ଶ୍ରୀ ପାତ୍ର ଖୋଳପା ଠାରୁ କଠାବାରି ଯାଏ ମରାମତି ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କର କାମ ଚାଲିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେହି ଅଧିକାରୀ ବା କର୍ମଚାରୀ ନଥିବା ଦେଖିବାକୁ ପାଇଥିଲେ। ଏକମାତ୍ର ରୋଲର ଚାଳକ ମୁରଲୀଧର ମହାନ୍ତ ସେଠାରେ ଉପସ୍ଥିତ ଥିଲେ। ରାସ୍ତାର କମ୍ପ୍ରେସରରେ ଧୂଳି ସଫା ନକରି ଝାଡ଼ୁମାରି ଏହା ଉପରେ ପିଚୁ ପକାଉଥିବା ଦେଖି ଶ୍ରୀ ପାତ୍ର ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଫୋନ କରି ଉଦବେଗ ପ୍ରକାଶ କରିବା ସହ କାମ ବନ୍ଦ କରିଛନ୍ତି।
ବିଧାୟକଙ୍କ ସହ ତୋରାଣିପୋଖରୀ ସରପଞ୍ଚ ଜନlର୍ଦ୍ଧନ ନାଏକ, ଜିତେନ୍ଦ୍ର ବାରିକ, ହୃଦାନନ୍ଦ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ନିମ୍ନମାନର କାମ ବନ୍ଦ କରାଯିବା ସହ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଉପଯୁକ୍ତ ରାସ୍ତା ମରାମତି କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
Comments are closed.